ହ୍ୱାଟ୍ସଆପ୍‌ରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ପରେ ଭାଙ୍ଗିଲା ବୋର୍ଡର ନିଦ : ବିଭ୍ରାଟ ଏଡ଼ାଇବାକୁ ଜାରି ହେଲା ସାନି ଗାଇଡ୍ ଲାଇନ୍

ଭୁବନେଶ୍ୱର : ମାତୃଭାଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହେବା ପରେ ଚେତା ପଶିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର।  ଆଗକୁ ଥିବା ପରୀକ୍ଷାରେ ଯେପରି ଭୁଲ୍ ନହେବ ସେନେଇ ବୋର୍ଡ ପକ୍ଷରୁ ଜାରି କରାଯାଇଛି ଗାଇଡ୍ ଲାଇନ୍। ଗତକାଲି କିନ୍ତୁ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଭୟ ମନ୍ତ୍ରୀ ଓ ସଚିବ ଅସ୍ୱୀକାର କରିଥିଲେ।

ଏପଟେ ବାକି ଥିବା ପରୀକ୍ଷାଗୁଡିକ କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତିନି ସୂତ୍ରୀ ଗାଇଡ୍ ଲାଇନ୍ କଡା କଡି ଭାବେ ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ,ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ଛଡା ଅନ୍ୟ କାହାରି ପାଖରେ ମୋବାଇଲ୍ ଫୋନ୍ ରହିବ ନାହିଁ। କିଛି କେନ୍ଦ୍ରରେ ଏହି ନିୟମକୁ ଉଲ୍ଲଂଘନ କରାଯାଉଥିବା ଚିଠିରେ ସତର୍କ କରାଯାଇଛି। ସେହିପରି ପରୀକ୍ଷାର୍ଥୀ ଚିହ୍ନଟ ପାଇଁ ଆସୁଥିବା ଶିକ୍ଷକ ଏଣିକି ସେଣ୍ଟର ବାହାରେ ରହିବେ। ପରୀକ୍ଷାକେନ୍ଦ୍ର ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ବି ଲାଗିଛି ରୋକ୍‌। ଏସବୁ ଗାଇଡ ଲାଇନ୍ ପାଳନ ନହେଲେ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ବୋର୍ଡ ନେବ କାର୍ଯ୍ୟାନୁଷ୍ଠାନ।

ଗତକାଲି ଆଳିରେ ହ୍ୱାଟ୍ସଆପ୍‌ରେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଘଟଣା ସାମନାକୁ ଆସିବା ପରେ, ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ସବୁ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ବୋର୍ଡର ନିୟମ ପାଳନ ଲାଗି ଚିଠି ମାଧ୍ୟମରେ ତାଗିଦ କରାଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଲାଗି ଏଭଳି ଅଘଟଣ ଘଟିଲା ବୋଲି କିଛି ଅଭିଭାବକ ମତ ଦେଇଛନ୍ତି। ସେହିପରି ଗ୍ରାମାଞ୍ଚଳ ତଥା ପଛୁଆ ଅଞ୍ଚଳ ସ୍କୁଲ୍‌ ଗୁଡିକରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଇବା ପାଇଁ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବା ନଜରକୁ ଆସୁଛି। ପୂର୍ବତନ ବୋର୍ଡ ସଭାପତିଙ୍କ ମତରେ କେବଳ ଭିତ୍ତିଭୂମିର ବିକାଶ କଲେ ହେବନି ବରଂ ସମନ୍ୱୟ ବଢ଼ାଇବାର ଆବଶ୍ୟକତା ରହିଛି।

ସୋମବାର ରହିଛି ଦ୍ୱିତୀୟ ଭାଷା- ଇଂଲିସ୍ ପରୀକ୍ଷା। ଏହାପୂର୍ବରୁ ବୋର୍ଡ ପକ୍ଷରୁ ସମସ୍ତ ଡିଇଓଙ୍କୁ ତାଗିଦ୍ କରାଯାଇଛି। ତେବେ ଏହା କେତେ ଫଳପ୍ରଦ ହେଉଛି ତା ଉପରେ ନଜର।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like