ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷଠାରୁ ରାଜ୍ୟର ବିଭିନ୍ନ ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ଏଭଳି ଶାଢ଼ୀ ପିନ୍ଧିବେ। ୨ୟ ପର୍ଯ୍ୟାୟରେ କଲେଜ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ମଧ୍ୟ ବୟନିକା କପଡ଼ାରେ ହେବ। ପରେ ଶିକ୍ଷକଙ୍କ ପାଇଁ ୟୁନିଫର୍ମ ନେଇ ଚିନ୍ତା କରାଯିବ।

ଆଜି ସଚିବାଳୟରେ ଆୟୋଜିତ ବୈଠକ ପରେ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏନେଇ ସୂଚନା ଦେଇଛନ୍ତି। ପିଲାଙ୍କ ୟୁନିଫର୍ମ ରଙ୍ଗ ପୂର୍ବଭଳି ରହିବ, ମାତ୍ର କ୍ୱାଲିଟି ବଦଳିବ।  ବୁଣାକାରଙ୍କୁ ସ୍ୱଚ୍ଛଳ କରାଯିବା ସହ ବର୍ଷ ସାରା କାମ ଦେବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ମନ୍ତ୍ରୀ।

You might also like