ସାମାନ୍ୟ କଥାରେ ବଡ଼ ବାପାଙ୍କୁ ହତ୍ୟା କଲା ପୁତୁରା
ନୂଆପଡ଼ା: କୋମନା ଥାନା ମଝା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ପୁତୁରାଙ୍କ କଳି ମେଣ୍ଟାଇବାକୁ ଯାଇ ଜୀବନ ହାରିଛନ୍ତି ବଡ଼ ବାପା।
ସୂଚନା ଅନୁସାରେ ମଝା ଗାଁର ଦୁଲ ସିଂ ନାମକ ଜଣେ ବ୍ୟକ୍ତି ଦୁଇ ପୁତୁରା କଳି ଲାଗୁଥିବା ଦେଖି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁତୁରା ବଦନ ସିଂ କ୍ଷୁବ୍ଧ ହୋଇ ବଡ଼ ବାପାଙ୍କୁ ମାଡ଼ ମାରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ଦୁଲ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ଏପ୍ରିଲ୍ ୩୦ ତାରିଖରେ ଘଟିଥିଲେ ମଧ୍ୟ ବୁଧବାର ଚିକିତ୍ସିତ ଅବସ୍ଥାରେ ଦୁଲଙ୍କର ମୃତ୍ୟୁ ହୋଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏପର୍ଯ୍ୟନ୍ତ ବଦନଙ୍କୁ ଗିରଫ କରି ନାହିଁ।