ବାହା ହେଲେ ପୂର୍ବତନ ମିସ୍ ଇଣ୍ଡିଆ ନେହା ଧୂପିଆ
ସୋନମ୍ କାପୁରଙ୍କ ବିବାହ ପରେ ବଲିଉଡ୍ରୁ ଆସିଛି ଆଉ ଏକ ଭଲ ଖବରା ହାତକୁ ଦି ହାତ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଇଣ୍ଡିଆ ଓ ଟେଲିଭିଜନ୍ ଜଗତର ଚର୍ଚ୍ଚିତ ଚେହେରା ନେହା ଧୂପିଆ। ନେହା ତାଙ୍କର ସବୁଠୁ ଭଲ ବନ୍ଧୁ ଅଙ୍ଗଦ ବେଦୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ଅଚାନକ ଟ୍ୱିଟ୍ କରି ଜଣାଇଛନ୍ତି।
Best decision of my life.. today, I married my best friend. Hello there, husband! @Imangadbedi ❤ pic.twitter.com/a2ePsaXUNN
— Neha Dhupia (@NehaDhupia) 10 May 2018
ଅଙ୍ଗଦଙ୍କୁ ବିବାହ କରିବା ତାଙ୍କ ଜୀବନର ସବୁଠୁ ଭଲ ନିଷ୍ପତ୍ତି ବୋଲି ନେହା ଟ୍ୱିଟ୍ କରିଛନ୍ତିା ଅଙ୍ଗଦ ହେଉଛନ୍ତି ପୂର୍ବତନ କ୍ରିକେଟର ବିଶେନ ସିଂ ବେଦୀଙ୍କ ପୁଅ। ୟୁଟିଭି ବିନ୍ଦାସର ଲୋକପ୍ରିୟ ରିୟଲିଟି ସୋରେ ଅଙ୍ଗଦ ହୋଷ୍ଟ ଥିଲ। ଆଉ ଏକ ବଡ଼ କଥା ହେଉଛି ସେ ବୟସରେ ପତ୍ନୀ ନେହାଙ୍କ ଠାରୁ ଦୁଇ ବର୍ଷ ସାନ। ନେହାଙ୍କ ବୟସ ୩୭ ହୋଇଥିବା ବେଳେ ଅଙ୍ଗଦଙ୍କ ବୟସ ୩୫। ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଉଭୟ ବିବାହ ଫଟୋ ଏବେ ଭାଇରାଲ ହୋଇଛି।
Best friend.. now wife!! Well Hello there mrs BEDI!!! @NehaDhupia pic.twitter.com/ZQxICr9yE2
— ANGAD BEDI! (@Imangadbedi) 10 May 2018
ନେହା ଓ ଅଙ୍ଗଦ ସେମାନଙ୍କ ବିବାହ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରି ଓ ପ୍ରଶଂସକମାନଙ୍କ ପାଇଁ ଏହା ଚକିତ କଲା ଭଳି ଖବର ହୋଇଛି, କାରଣ ଏ ନେଇ ପୂର୍ବରୁ କୌଣସି ଚର୍ଚ୍ଚା କି ପ୍ରସ୍ତୁତି ପର୍ବ ନ ଥିଲା। ସଂପୂର୍ଣ୍ଣ ପଞ୍ଜାବୀ ରୀତିରେ ଶାନ୍ତ ଓ ନିରାଡ଼ମ୍ବର ଭାବେ ଗୁରୁଦ୍ୱାରରେ ଉଭୟ ବିବାହ କରିଥିଲୋ ବିବାହ ବେଳେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ଥିଲେ।