ପ୍ରକାଶ ପାଇଲା NEET ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରକାଶ ପାଇଲା ନିଟ୍ ରେଜଲ୍ଟ।  ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି।

ଛାତ୍ରଛାତ୍ରୀମାନେ ସିବିଏସ୍ଇର ଅଫିସିଆଲ ୱେବ୍‌ସାଇଟ୍‌  www.cbseresults.nic.in ରେ ରେଜଲ୍ଟ ଜାଣିପାରିବେ।

ଚଳିତବର୍ଷ ସାରା ଦେଶରୁ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଛାତ୍ରଙ୍କ ଠାରୁ ୨ଲକ୍ଷ ଅଧିକ ଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ।

ଓଡିଶାର ଅନୁଗୁଳୁ, ବାଲେଶ୍ୱର, କଟକ, ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରରେ ଏହି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। କଡା ସୁରକ୍ଷା ଏବଂ ବ୍ୟାପକ କଟକଣା ମଧ୍ୟରେ ଆୟୋଜିତ ହୋଇଥିଲା ନିଟ୍‌ ପରୀକ୍ଷା।

You might also like