ଶୁଖିଲା ପଡ଼ିଛି ମହାନଦୀ

ନୟାଗଡ : ଶୁଖିଲା ପଡିଛି ମହାନଦୀ। ଛତିଶଗଡ଼ର ବ୍ୟାରେଜ ନିର୍ମାଣର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ୧୦ଟି ପଞ୍ଚାୟତରେ। ଏଠାରେ ୫ ହଜାରରୁ ଅଧିକ ଧିବର ପରିବାର ଏବେ ଜୀବିକା ହରାଇ ଦାଦନ ମୁହାଁ।

ସିଦ୍ଧାମୂଳା ଠାରୁ ଆରମ୍ଭ କରି କଣ୍ଟିଲୋ, କରବର, ମଣିପୁର ଆଦି ପଞ୍ଚାୟତ ଗୁଡିକର ଧୀବର ମାନେ ଏବେ ଜୀବିକା ଚିନ୍ତାରେ। ପ୍ରଶାସନ ପକ୍ଷରୁ ମାଛ ଧରିବାକୁ ସବୁ ସୁବିଧା ଯୋଗାଇ ଦିଆଯାଇଥିଲେ ବି ମହାନଦୀ ଶୁଖି ଯାଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଧୀବର।

You might also like