ମନରେଗାରେ ମେସିନ୍‌ରେ ହେଉଛି କାମ, ହାତ ବାନ୍ଧି ବସିଛନ୍ତି ଶ୍ରମିକ

ନୟାଗଡ଼: ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ନୟାଗଡ଼ ଜିଲ୍ଲାରେ । ଏହି ଜିଲ୍ଲାର ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ ଓ ଛଣପୋଖରୀ ଗାଁରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ୍। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ, ଛଣପୋଖରୀ ଗାଁରେ ଜେସିବି ମେସିନ ଲଗାଇ ରାତିରେ କାମ ହେଉଛି । ପୋଖରୀ କାମ ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି। ସେହିଭଳି ସୁନାମୁହିଁ ପଞ୍ଚାୟତର ଯୋକଗାଡିଆ ପୋଖରୀ ଖନନରେ ମଧ୍ୟ ବେଆାଇନ ଭାବେ ଜାଲ ବିଲ୍ କରାଯାଇ ଲକ୍ଷାଧିକ ଟଙ୍କା ଉଠାଯାଇଥିବା କହିଛନ୍ତି ଲୋକେ । ପଞ୍ଚାୟତର ଅସାଧୁ କର୍ମଚାରୀଙ୍କୁ ହାତକରି ଏହି ସବୁ କାମ କରାଯାଉଛି ।

ଜବକାର୍ଡ ଥାଇ କାମ ନପାଇ ହାତବାନ୍ଧି ବସିଛନ୍ତି ଲୋକେ । ଏହି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ଗାଁ ବିଡିଓ କହିଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like