ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ସନ୍ଦେହ

ମାଲକାନଗିରି: ଗତକାଲି ଛତିଶଗଡ଼ ସୁକ୍ମା ଜିଲ୍ଲାର ଭେଜି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୫ଜଣ ଯବାନ ଆହତ ହୋଇଛନ୍ତି।

ପ୍ରାୟ ୫ ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ମାଓବାଦୀଙ୍କର ବହୁତ କ୍ଷତି ହୋଇଛି।  ଅନେକ ନକ୍ସଲ ସେମାନଙ୍କ ସାଥୀଙ୍କୁ ବୋହି ନେଉଥିବାର ଟିମ୍ କମାଣ୍ଡର ଦେଖିଛନ୍ତି ବୋଲି ସୂଚନା ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନର ସ୍ପେଶାଲ ଡିଜି  ଡିଏମ୍ ଅଓ୍ୱସ୍ତି।

ଆଜି ଘଟଣାସ୍ଥଳକୁ ଯାଉଛନ୍ତି ସ୍ପେସାଲ ଡିଜି। ଏହା ପରେ ମାଓବାଦୀଙ୍କ ମୃତାହତର ପ୍ରକୃତ ଚିତ୍ର ମିଳିପାରିବ ବୋଲି ସେ ଆଶା କରିଛନ୍ତି। ଆହତ ହୋଇ ୫ଜଣ ଯବାନ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି।

You might also like