ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୨୦୧୧ ଜନଗଣନା ଅନୁସାରେ ହିତାଧିକାରୀ ଚୟନ କରାଯାଇଛି। ଏହା ମଧ୍ୟରେ ରାଜ୍ୟର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୧ ଠାରୁ ବର୍ତ୍ତମାନ ରାଜ୍ୟର ଜନସଂଖ୍ୟା ୧୦.୨୨% ବଢ଼ିଛି।

ତେଣୁ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଉ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟରେ ଏବେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ରାସନ ଦିଆଯାଉଛି।

ଆହୁରି ପଢ଼ନ୍ତୁ

You might also like