ସଂସଦୀୟ ଷ୍ଟାଣ୍ଡିଂ କମିଟିରୁ ବିଜେଡି ସଭ୍ୟ ଇସ୍ତଫା ଦେବା ପ୍ରସଙ୍ଗ : ନିଜ ପୂର୍ବ ନିଷ୍ପତ୍ତି ବଦଳାଇଲେ ନବୀନ

ଭୁବନେଶ୍ୱର : ନିଷ୍ପତ୍ତି ବଦଳାଇଲେ ନବୀନ। ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡି ସଭ୍ୟ ଇସ୍ତଫା ଦେବା ପ୍ରସଙ୍ଗରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପୂର୍ବ ନିଷ୍ପତ୍ତି ବଦଳାଇଛନ୍ତି। ଯିଏ ଯେଉଁ କମିଟିରେ ଅଛନ୍ତି ପୂର୍ବବତ୍ ରହିବାକୁ କହିଛନ୍ତି।

ଏନେଇ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି। ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ସଦସ୍ୟଙ୍କ କାର୍ଯ୍ୟର ତର୍ଜମା କରନ୍ତି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ସବୁ ସାଂସଦଙ୍କୁ କମିଟିରୁ ଇସ୍ତଫା ଦେବାକୁ କହିଥିଲେ। ସମସ୍ତେ ଇସ୍ତଫା ଦେଇଦିଅନ୍ତୁ, ସେ ଆଉ ଥରେ ଦେଖିବେ ବୋଲି କହିଥିଲେ। ତେବେ ଆଜି ମୁଖ୍ୟମନ୍ତ୍ରୀ ନିଜ ପୂର୍ବ ନିଷ୍ପତ୍ତି ବଦଳାଇ ଭର୍ତ୍ତହରିଙ୍କୁ କହିଛନ୍ତି ଯେ, ଆହୁରି ୮ରୁ ୧୦ମାସ ଅଛି ଯିଏ ଯେଉଁ କମିଟିରେ ଅଛନ୍ତି, ସେମିତି ରୁହନ୍ତୁ ବୋଲି କହିଛନ୍ତି ନବୀନ।

You might also like