ମିଳିତ ନୌ-ସମରାଭ୍ୟାସ: ଭାରତର ନିମନ୍ତ୍ରଣକୁ ମାଳଦୀପର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୬ରେ ଆରମ୍ଭ ହେବାକୁ ଥିବା ମିଳିତ ନୌ-ସମରାଭ୍ୟାସ ‘ମିଲନ’ ରେ ମାଳଦୀପ ଅଂଶଗ୍ରହଣ କରିବ ନାହିଁ। ଏନେଇ ନାଭି ଚିଫ୍ ଆଡ଼ମିରାଲ ସୁନୀଲ ଲାନବା ମଙ୍ଗଳବାର ସୂଚନା ଦେଇଛନ୍ତି।

ନୌ-ସମରାଭ୍ୟାସରେ ଅଂଶଗ୍ରହଣ ନକରିବା ପଛରେ କାରଣ କ’ଣ ସେନେଇ ମାଳଦୀପ କୌଣସି ସୂଚନା ପ୍ରଦାନ କରିନାହିଁ ବୋଲି ଲାନବା କହିଛନ୍ତି।

ଅନ୍ୟପକ୍ଷରେ ଏହି ମିଳିତ ସମରାଭ୍ୟାସରେ ୧୬ଟି ଦେଶ ଭାଗ ନେବେ ବୋଲି ସମତି ପ୍ରକାଶ କରିଛନ୍ତି।

ଦ୍ୱିବାର୍ଷିକ ମିଳିତ ନୌ-ସମରାଭ୍ୟାସ ‘ମିଲନ’ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆୟୋଜିତ ହେବ। ଚୀନରେ ବୃଦ୍ଧି ପାଉଥିବା ସାମରିକ ଶକ୍ତିକୁ ଆଖିଆଗରେ ରଖି ଭାରତ ପକ୍ଷରୁ ଏଭଳି ଏକ ମିଳିତ ନୌ-ସମରାଭ୍ୟାସ ଆୟୋଜନ କରିବା ଲାଗି ପଦେକ୍ଷପ ଗ୍ରହଣ କରାଯାଇଛି।

ସେହିପରି ‘ମିଲନ’ ସମରାଭ୍ୟାସ ଦ୍ୱାରା ଏଥିରେ ଅଂଶଗ୍ରହଣ କରୁଥିବା ନୌସେନା ଭବିଷ୍ୟତରେ ଦେଖାଦେବାକୁ ଥିବା ବିଭିନ୍ନ ପ୍ରକାରର ସୁରକ୍ଷାକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ନୌସେନା ମୁଖପାତ୍ର କ୍ୟାପଟେନ ଡି କେ ଶର୍ମା କହିଛନ୍ତି।

 

You might also like