୨୦ରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆସନ୍ତା ୨୦ତାରିଖରୁ ଦେଶବ୍ୟାପୀ ଟ୍ରକ୍‌ ଧର୍ମଘଟ।  ଅଖିଳ ଭାରତୀୟ ମୋଟର ପରିବହନ  କଂଗ୍ରେସ ଏହି ଧର୍ମଘଟ ଡାକରା ଦେଇଛି।

ଅସନ୍ତା ୨୦ ତାରିଖ ସକାଳ ୬ଟାରୁ ଏହି ଧର୍ମଘଟ ହେଉଥିବା ନେଇ ଅନୁଗୁଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।  ଓଡିଶା ରାଜ୍ୟ ଟ୍ରକ ମାଲିକ ସଂଘ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବ ବୋଲି  ଜଣାପଡ଼ିଛି।

କେନ୍ଦ୍ର ସରକାର ସେମାନଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଅଣଦେଖା କରୁଥିବା ସଂଘ ପକ୍ଷରୁ କୁହାଯାଇଛି।  ପ୍ରମୁଖ ଦାବି ମଧ୍ୟରେ ରହିଛି ତୈଳ ଦର ହ୍ରାସ, ପେଟ୍ରୋଲ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ, ଜାତୀୟ ରାଜପଥରୁ ଟୋଲ୍‌ ଗେଟ୍‌  ଉଚ୍ଛେଦ, ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ପ୍ରିମିୟମ ନ ବ଼ଢାଇବା, ଟି.ଡି.ଏସ୍‌ ଆଦାୟ ବନ୍ଦ  ଏବଂ ବନ୍ଦରମାନଙ୍କରେ ସିଧାସଳଖ ମାଲ ପରିବହନ ବ୍ୟବସ୍ଥାର ସରଳୀକରଣ ଇତ୍ୟାଦି।

You might also like