ନିର୍ମାଣ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ଜାତୀୟ କୃଷକ ବଜାର
କୋରାପୁଟ: କୋରାପୁଟରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାତୀୟ କୃଷକ ବଜାର ଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇପାରୁ ନଥିବାର ପରିଲକ୍ଷିତ ହୋଇଛି।
ତେବେ ନିର୍ମାଣ ପରେ ମଧ୍ୟ ନା ଏହା କାର୍ଯ୍ୟକ୍ଷମ ହୋଇପାରୁଛି ନାଁ ଚାଷୀ ଉପକୃତ ହୋଇପାରୁଛନ୍ତି। ଫଳରେ ଆଶା ଆଶଙ୍କାରେ ଜାତୀୟ ବଜାର।
କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ କୁନ୍ଦୁଲି ହାଟପଦାଠାରେ ତିଆରି ହୋଇଥିବା ଜାତୀୟ କୃଷକ ବଜାରର ଆଦିବାସୀ ଅଂଚଳରେ କୃଷି ଓ କୃଷକର ବିକାଶ ପାଇଁ ସରକାର ଏଠାରେ ତିଆରି କରିଥିଲେ।
ଏହି ଜାତୀୟ କୃଷକ ବଜାରର କାର୍ଯ୍ୟକ୍ଷମକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ। ମୁଖ୍ୟ ରାସ୍ତାରୁ ବଜାର ଭିତରକୁ ମାଲ ଗାଡି ଯାଇପାରୁନଥିବାରୁ ଚାଷୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଏହାସହ ଶୀତଳ ଭଣ୍ଡାର ନଥିବାରୁ ପରିବା ନଷ୍ଟହେଇଯାଉଥିବା କହିଛନ୍ତି।
କୁନ୍ଦୁଲିରେ ଜାତୀୟ କୃଷକ ବଜାର ନିର୍ମାଣ ପରେ ମଧ୍ୟ ଚାଷୀ ଜାତୀୟ ରାଜପଥ କଡରେ ବସି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ଜାତୀୟ କୃଷକ ବଜାରକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।