ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ହତ୍ୟା

ସୋରଡ଼ାରେ ହତ୍ୟାକାଣ୍ଡ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଏସ.ଡୁଣ୍ଡୁରିବାଡ଼ି ନିକଟ ଡିହପଦର ଗାଁରେ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ବାଞ୍ଛାନିଧି ଗୌଡ଼। ଛେଳି ଚୋରିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ବାଞ୍ଚାନିଧିଙ୍କୁ ସେହି ଗ୍ରାମର ଗଙ୍ଗା ସେଠୀ ଓ ଅଙ୍ଗାର ମଳିକ ହତ୍ୟା କରିଥିବା ନେଇ ସୋରଡ଼ା ଥାନାରେ ମାମଲା ରୁଜୁ ହୋଇଛି। ଏକ ଧାରୁଅା ଅସ୍ତ୍ରରେ ବାଞ୍ଛାନିଧିକୁ ହତ୍ୟା କରି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଖବର ପାଇ ପୁଲିସ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ଲାଗି ପଠାଇବା ସହ  ହତ୍ୟା ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି।

You might also like