ଯୁବକଙ୍କୁ ଛୁରି ଭୁସି ହତ୍ୟା

ଗଞ୍ଜାମ  : ଛୁରୀ ଭୁସି ହତ୍ୟା ପରେ ହତ୍ୟାକାରୀର ଆତ୍ମସମର୍ପଣ। ଘଟଣା ଘଟିଛି ଗଂଜାମ ଜିଲ୍ଲା ପାତ୍ରପୁର ଜରଡା ଥାନା ଅନ୍ତର୍ଗତ ହରିଜନ ସାହିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଜତ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ସେହି ସାହିର ସୁରତ ଲିମେଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡ ଘଟାଇବା ସୁରତ ଲିମେଇ ଜରଡ଼ା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଗାଁ ଦାଣ୍ଡରେ ରଜତ ବସିଥିବାବେଳେ ସୁରତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରଜତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବରୁ ରଜତ ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରି ଜେଲ ଯାଇଥିଲା ଅଭିଯୁକ୍ତ ସୁରତ ଲିମେଇ।

You might also like