ରେଷ୍ଟୁରାଣ୍ଟରେ ଖାଉଥିଲେ, ଫାଟିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ମୁମ୍ବାଇରେ ଏକ ମୋବାଇଲ ଫୋନ୍ ଫାଟିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।  ଜଣେ  ବ୍ୟକ୍ତି ରେଷ୍ଟୁରାଣ୍ଟରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ମୋବାଇଲଟି ଫାଟିଲା କ୍ଷଣି ବ୍ୟକ୍ତି ଜଣଙ୍କ ଫୋନଟିକୁ ଫୋପାଡି ବାହାରକୁ ଧାଇଁଥିଲେ। ଜୁନ୍ ୪ ତାରିଖରେ ଘଟିଥିବା ଏହି ଘଟଣା ରେଷ୍ଟୁରାଣ୍ଟର ସିସିଟିଭିରେ  କଏଦ୍‌ ହୋଇଥିଲା। ମୋବାଇଲଟି ଫାଟିବା ପରେ ପୁରା ରେଷ୍ଟୁରାଣ୍ଟଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା।

ମୋବାଇଲ ଫାଟିବା ପରେ ସେଠାରେ ଥିବା ଅନ୍ୟ ଲୋକମାନେ ମଧ୍ୟ ନିଜ ସ୍ଥାନରୁ ଉଠି ପଳାଇଥିଲେ। ବ୍ୟକ୍ତି ଜଣଙ୍କ ସାମାନ୍ୟ ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ମୋବାଇଲ ଫାଟିବା ଘଟଣା ପ୍ରଥମ ନୁହେଁ।  ଆମ ଓଡିଶାରେ ମାର୍ଚ ମାସରେ ମଧ୍ୟ ଏକ ମୋବାଇଲ ବ୍ଲାଷ୍ଟ ହୋଇଥିଲା। ଜଣେ ୧୮ ବର୍ଷୀୟ ଝିଅ ଫୋନ୍ ଚାର୍ଜରେ ଲଗାଇ କଥା ହେଉଥିଲା ବେଳେ ଫୋନଟି ଫାଟିଥିଲା। ଏଥିରେ ଝିଅଟି ଅବସ୍ଥା ବହୁତ ଗୁରୁତର ହୋଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

You might also like
Comments
Loading...