ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଭୁବନେଶ୍ୱର: ଆସନ୍ତା ୫ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏମ୍ଏସ୍ଏମ୍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ।
ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହିତ ବିଦେଶର ଶିଳ୍ପସଂସ୍ଥା ମାନେ ଯୋଗଦେବେ। ଚଳିତ ବର୍ଷ ପ୍ରଥମ କରି ଇରାନ, ବାଂଲାଦେଶ ଓ ଦକ୍ଷିଣ କୋରିଆ ପ୍ରଭୁତି ଦେଶରୁ ପ୍ରାୟ ୨୯ ଟି ଶିଳ୍ପସଂସ୍ଥା ଯୋଗଦେବେ।
ପ୍ରାୟ ୩୫୦ ଟି ଷ୍ଟଲରେ ଶିଳ୍ପୋଦ୍ୟୋଗୀ ମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ। ତେବେ ଚଳିତବର୍ଷ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଷ୍ଟାର୍ଟଅପ କୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଥିମ ପାଭିଲିଅନରେ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ର ସଂପର୍କିତ ପ୍ରଦର୍ଶନୀ ସ୍ଥାନ ପାଇବ।
ଏହା ସହିତ ପ୍ରତିଦିନ ଶିଳ୍ପଦ୍ୟୋଗ ଉପରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଆସନ୍ତା ୫ ତାରିଖରେ ଏହି ଟ୍ରେଡ ଫେୟାର କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।