ରାଜଧାନୀରେ MSME ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଓଡିଶା ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା।  ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହିତ ବିଦେଶର ୩୦ଟି ଶିଳ୍ପସଂସ୍ଥା ମାନେ ଯୋଗଦେଇଛନ୍ତି।

ଚଳିତ ବର୍ଷ ପ୍ରଥମ କରି ଇରାନ, ବାଂଲାଦେଶ ଓ ଦକ୍ଷିଣ କୋରିଆ ଓ ଜର୍ମାନ ପ୍ରଭୃତି ଦେଶରୁ ପ୍ରାୟ ୩୦ ଟି ଶିଳ୍ପସଂସ୍ଥା ଯୋଗଦେଇଛନ୍ତି।  ଏଥିରେ ୬ ଟି ପାଭିଲିଅନ ରେ ନିର୍ମିତ ପ୍ରାୟ ୩୫୦ ଟି ଷ୍ଟଲ ରେ ଏମଏସଏମଇ ଶିଳ୍ପୋଦ୍ୟୋଗୀ ଓ ଷ୍ଟାର୍ଟଅପ ମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଛନ୍ତି।

ତେବେ ଚଳିତବର୍ଷ ଫୋକସ ରହିଛି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ।  ଏହାସହିତ ଥିମ ପାଭିଲିଅନରେ ଖାଦ୍ୟ ପ୍ରକ୍ରୀୟାକରଣ କ୍ଷେତ୍ର ସଂପର୍କିତ ପ୍ରଦର୍ଶନୀ ସ୍ଥାନ ପାଇଛି।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଣିଜ୍ୟମେଳା କୁ ସୋମବାର ସଂଧ୍ୟାରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶିଳ୍ପୋଦ୍ୟୋଗୀ ମାନଙ୍କୁ ଆକୃଷ୍ଠକରିବା ସହିତ ଶିଳ୍ପଦ୍ୟୋଗ ପାଇଁ ଋଣ ଓ ବିକ୍ରୀ ବଟା,ରପ୍ତାନୀ,ଡିଜିଟାଲ ମାର୍କେଟିଂ,ମହିଳା ଶିଳ୍ପଦ୍ୟୋଗୀ,ଷ୍ଟାର୍ଟଅପ୍ ସହିତ ରାଜ୍ୟ ଶିଳ୍ପନୀତି ରେ ଥିବା ସୁବିଧା ସୁଯୋଗ ଉପରେ ପ୍ରତିଦିନ ଏହି ଟ୍ରେଡଫେୟାର ରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି କହିଚନ୍ତି ଶିଳ୍ପ ସଚିବ।

ଆହୁରି ପଢ଼ନ୍ତୁ

ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

You might also like