‘ସବୁ ବିକଳ୍ପ ଖୋଲା ଅଛି ’: ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ‘ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି।’  ବିଜେଡି ଛାଡ଼ିବା ପରେ ନିଜ ରାଜନୈତିକ ଭବିଷ୍ୟତ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ଟିଭି ସହ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।

ବିଜେପିରେ ଯୋଗ ଦେବା ନେଇ ଏକ ପ୍ରଶ୍ନ ପଚରାଯିବାରେ, ବୈଜୟନ୍ତ କହିଥିଲେ ଯେ, ସେ କେଉଁଠି ଯୋଗଦେବେ ଏଯାଏଁ ମନ ସ୍ଥିର କରିନାହାନ୍ତି। ଏହା ସହିତ କେଉଁ ପରିସ୍ଥିତିରେ ସେ ବିଜେଡି ଛାଡ଼ିବାକୁ ବାଧ୍ୟ ହେଲେ ସେନେଇ ମଧ୍ୟ ବୈଜୟନ୍ତ ପୁଣି ସ୍ପଷ୍ଟ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ସଂପର୍କରେ ପଚରା ଯିବାରେ ସେ କହିଥିଲେ ଯେ ଗଲା ୩-୪ ବର୍ଷ ହେଲାଣି ଦଳର ନେତା ତାଙ୍କୁ ସିଧାସଳଖ ଭେଟି ପାରିନାହାନ୍ତି। ଏ କ୍ଷେତ୍ରରେ ସେ ତାମିଲନାଡୁର ଉଦାହରଣ ଦେଇଥିଲେ। ସେହିପରି ଦଳ ସଭାପତି ଏବେ ଏକ କୋଟେରୀ ଦ୍ୱାରା ପରିଚାଳିତ। ଏହି କୋଟେରୀ ୩-୪ ବର୍ଷ ହେଲାଣି ଦଳ ଓ ନେତାଙ୍କୁ ନିୟନ୍ତ୍ରଣ କରୁଛି। ଜଣେ ଅଫିସର ଦଳ ପାଇଁ ପାଣ୍ଠି ସଂଗ୍ରହ ଓ ଟିକେଟ୍ ବଣ୍ଟନ ଆଦି କରୁଛନ୍ତି। ବୈଜୟନ୍ତ ଆହୁରି ମଧ୍ୟ କହିଥିଲେ ଯେ ସେ ଅଫିସର ଏବେ ଛାୟା ମୁଖ୍ୟମନ୍ତ୍ରୀ। ତାଙ୍କ ବିରୋଧରେ ତଦନ୍ତ ହେବା ଦରକାର। ବୈଜୟନ୍ତ କହିଥିଲେ ଯେ ୪ ବର୍ଷ ହେଲା ବିଜେଡି ତାର ନୀତି ଓ ଆଦର୍ଶରୁ ଦୂରେଇ ଯାଇଛି। ସେ ନବୀନଙ୍କ ଶତ୍ରୁ ନୁହଁନ୍ତି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like