ପାଣି ଟାଙ୍କି ଉଦ୍‌ଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : ଆଳି ବ୍ଲକ ସଂସିଧାରେ ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ହେଡ୍ ଟ୍ୟାଙ୍କ୍‌ ଦ୍ୱାରା ପ୍ରାୟ ୧୦ହଜାରରୁ ଅଧିକ ଲୋକ ଉପକୃତ ହେବେ।

ତେବେ ଗତକାଲି ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ଉପାଧ୍ୟକ୍ଷ ଦୀପକ ଭୂୟାଁ, ଜିଲ୍ଲାପରିଷଦ ସଭ୍ୟ ଧନରଂଜନ ବୋଷ ଏହି ପାଣି ଟାଙ୍କିକୁ ତରବରିଆ ଭାବେ ଆଗୁଆ ଉଦଘାଟନ କରି ଦେଇଥିଲେ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ। କହିଛନ୍ତି ଏଥିରେ ତାଙ୍କର ଆପତ୍ତି ନାହିଁ। ଲୋକେ ପାଣି ପାଇବା ଗୁରୁତ୍ୱପୂର୍ଣ୍ଣ।

ତାସହ ମାର୍ଶାଘାଇରେ ଫଳକ ଭଙ୍ଗାକୁ ନେଇ ବୈଜୟନ୍ତ କହିଛନ୍ତି, ଗତ ୩ରୁ ୪ବର୍ଷ ହେଲା ବିଜେଡିରେ ଏଭଳି ପରମ୍ପରା ଦେଖାଦେଇଛି, ଯାହା ଆଦୌ ଭଲ ନୁହେଁ। ଲୋକମାନେ ଏହାକୁ ପସନ୍ଦ କରିବେନି।

You might also like
Comments
Loading...