କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ

ହଜାରେ ଟଙ୍କାରେ ନିଜ ନବଜାତ ଶିଶୁପୁତ୍ରକୁ ବିକ୍ରିଦେଲା ମାଆ

କେନ୍ଦୁଝର : କେନ୍ଦୁଝରରେ ପିଲା ବିକ୍ରି ଅଭିଯୋଗ। ମାତ୍ର ହଜାରେ ଟଙ୍କାରେ ଜନ୍ମିତ ମାଆ ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ଅାସିଛି। କେନ୍ଦୁଝର ବାଂଶପାଳ ବ୍ଲକ୍‌ ଗୁପ୍ତଗଙ୍ଗା ଅଞ୍ଚଳର ଜଣେ ଜୁଅାଙ୍ଗ ସମ୍ପ୍ରଦାୟର ମହିଳା ତାଙ୍କ ବାପଘରେ ୬ ବର୍ଷ ହେବ ରହି ଅାସୁଥିଲେ। ତେବେ ଗତ ୨୦ ତାରିଖରେ ମହିଳାଙ୍କର ପୁଅଟିଏ ଜନ୍ମ ହୋଇଥିଲା।

ଉଭୟ ମାଆ ଓ ଶିଶୁ ଅପପୁଷ୍ଟିର ଶୀକାର ହୋଇଥିବାରୁ ସ୍ଥାନୀୟ ଚାଇଲ୍ଡ ଲାଇନ୍ କର୍ମଚାରୀ ତା ପରଦିନ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅାଉ ଏହାର ଗୋଟିଏ ଦିନ ପରେ ହଠାତ୍ ମହିଳା ଜଣଙ୍କ ଶିଶୁପୁତ୍ର ସହିତ ନିଖୋଜ ହୋଇଯାଇଥିଲେ। ଶେଷରେ ମେଡିକାଲରେ ନର୍ସଙ୍କ ସହାୟତାରେ ମାଆ ଶିଶୁଟିକୁ ପୁରୁଣା ବଜାରର ଜଣେ ଲୋକକୁ ୧ହଜାର ଟଙ୍କାରେ ବିକ୍ରି କରିଥିବା ଘଟଣା ପଦାକୁ ଅାସିବା ପରେ ତନାଘନା ହୋଇଥିଲା।

ଶେଷରେ ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଛି।

You might also like