ପୁଅ ସହ ମାଟ୍ରିକ୍‌ ପାସ୍‌ କଲେ ମାଆ

ବାଲେଶ୍ୱର: ଯେଉଁ ଆଶା ଛାତ୍ରୀ ଜୀବନରେ ପୂରଣ ହୋଇପାରି ନଥିଲା ଆଜି ପୂରଣ ହୋଇଯାଇଛି। ଗୋଟିଏ ପୁଅ ଓ ଗୋଟିଏ ଝିଅର ମାଆ ହେବା ପରେ ମାଟ୍ରିକ ପରୀକ୍ଷାରେ ପାସ୍‌ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତବର୍ଷ ପୁଅ ସହ ସେ ଦେଇଥିଲେ ମାଟ୍ରିକ ପରୀକ୍ଷା। ଆଉ ଉଭୟ ମାଆ, ପୁଅ ପାସ କରିଛନ୍ତି। ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶବରଘାଟା ପଞ୍ଚାୟତର ବାସିନ୍ଦା ତଅପୋଇ ଖଟୁଆଙ୍କ କାହାଣୀ। ପୁଅ ବିକାଶ କୁମାର ଖଟୁଆ ସହ ସେ ମାଟ୍ରିକ ପାସ କରିଛନ୍ତି।

ପୁଅ ରେଗୁଲାର ମାଟ୍ରିକ ପରୀକ୍ଷାରେ ପାସ ହୋଇଥିବାବେଳେ ତଅପୋଇ ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ପାସ କରିଛନ୍ତି। ଅର୍ଥାଭାବାରୁ ପାଠ ପଢିପାରି ନଥିବା ତଅପୋଇ ପୁଅ ବିକାଶଙ୍କ ପ୍ରେରଣାରୁ ପାଠପଢି ମାଟ୍ରିକ ପାସ କରିଛନ୍ତି। ପାଠ ପଢିବା ପାଇଁ ବୟସ କେବେ ବି ବାଧକ ସାଜେ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like