ପିଶାଚୀ ମାଆ : ପୁଅକୁ ହତ୍ୟା କଲା ଜନ୍ମଦାତ୍ରୀ 

ମହାରାଷ୍ଟ୍ର : ପିଶାଚୀ ମାଆ। ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ। ଝିଅର ଲାଲସାରେ ନିଜ ଜନ୍ମକଲା ଦଶ ମାସର ପୁଅକୁ ପାଣି ବ୍ୟାରେଲ୍‌ରେ ବୁଡ଼ାଇ ହତ୍ୟା କରିଛି ମାଆ । ଏପରି କିଛି ଅଭିଯୋଗ ଆସିଛି ମହାରାଷ୍ଟ୍ର ଔରଙ୍ଗାବାଦ୍ ସହରରୁ।

ଔରଙ୍ଗାବାଦ୍ ସହରର ପୈଠାଣ ଅଞ୍ଚଳରେ ଘଟିଛି ଏହି ଘଟଣା । ଗତ ରବିବାରଠୁ ନିଖୋଜ୍ ଥିଲା ଦଶ ମାସର ଶିଶୁ ପୁତ୍ର । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଖୋଜା ଖୋଜି ପରେ ଘର ନିକଟସ୍ଥ ଏକ ପାଣି ବ୍ୟାରେଲ୍‌ରୁ ମିଳିଥିଲା ମୃତଦେହ ।

ପ୍ରଥମେ ଅନ୍ୟ ଉପରେ ସନ୍ଦେହ କରୁଥିବା ପୋଲିସ ପରବର୍ତ୍ତି ସମୟରେ ଅଭିଯୁକ୍ତ ଭାବେ ମାଆକୁ ଦର୍ଶାଇ ଥିଲା। ଅଟକ ରଖି ପଚରାଉଚରା ପରେ ନିଜ କଲା କର୍ମକୁ ମାନି ନେଇଥିଲା ମାଆ। ପାଣି ଭର୍ତ୍ତି ଡ୍ରମରେ ବାରମ୍ବାର ବୁଡ଼ାଇ ପୁଅକୁ ହତ୍ୟା କରିଥିବା ସେ କହିଛନ୍ତି ।

You might also like