ସ୍ତ୍ରୀ ସହିତ ମିଶି ମାଆକୁ ହତ୍ୟା କଲା ପୁଅ

ଝାରସୁଗୁଡ଼ା: ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ। ଏଭଳି ଲୋମଟାଙ୍କୁରା ଘଟଣା ଝାରସୁଗୁଡ଼ା ସହରରେ ଶୁଣିବାକୁ ମିଳିଛି। ମୁଙ୍ଗାପଡ଼ାର ଉଷା ରାଉତ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ପୁଅ ସ୍ତ୍ରୀ ସହିତ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଆଜି ସ୍ଥାନୀୟ ମନମୋହନ ସ୍କୁଲ ପଛପଟେ ଏକ ପରିତ୍ୟକ୍ତ ସ୍ଥାନରୁ ଉଷାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ମୁଙ୍ଗାପଡ଼ାରେ ଜରି ଗୋଟାଳି ଭାବେ କାର୍ଯ୍ୟ କରୁଥିବା ଉଷାଙ୍କ ସହ ଟଙ୍କା ପାଇଁ ତାଙ୍କ ପୁଅ ଓ ବୋହୂ ବିଭିନ୍ନ ସମୟରେ ଝଗଡ଼ା କରୁଥିଲେ। ଗତରାତିରେ ପୁଅ ମିଟୁ ରାଉତ ସ୍ତ୍ରୀ ସହ ମିଶି ଉଷାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ସନ୍ଧାନୀ କୁକୁର ସହ ଏସ୍‌ଡିପିଓ ଏବଂ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏଥିସହିତ ପୋଲିସ ମିଟୁ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡ଼ିଛି।

 

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like