ଗରିବୀର ଭୟଙ୍କର ରୂପ: ଛୁଆକୁ ପର ହାତକୁ ଟେକି ଦେଲା ମାଆ

ଢେଙ୍କାନାଳ: ଓଡ଼ିଶାରେ ଆଜି ବି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି ଗରିବୀ। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ରୂପାବେଡ଼ା ଗାଁରେ । ଅଭାବରେ ପଡ଼ି କଅଁଳା ଛୁଆକୁ ମାଆ ପର ହାତକୁ ଟେକି ଦେଇଥିବା ଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଏହି ଗାଁରୁ।

ସୂଚନା ମୁତାବକ, ଏହି ଗାଁର ଭୂଷଣ ପାତ୍ରଙ୍କ ସ୍ତ୍ରୀ ଦମୟନ୍ତୀ ଗତ ୯ ତାରିଖରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ହେଲେ ଚଳିବାକୁ ଅସୁବିଧା ହେବା ସହିତ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁ ନ ଥିବାରୁ ଜନ୍ମ ଦେବାର ଦୁଇଦିନ ପରେ ପାଟବେଡ଼ା ଗାଁର ଜଣେ ମହିଳାଙ୍କ ହାତରେ ପୁଅକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଢେଙ୍କାନାଳ ଶିଶୁ ସୁରକ୍ଷା ଟିମ୍ ଶିଶୁପୁତ୍ରକୁ ଉଦ୍ଧାର କରିଛି।

ଏ ସମ୍ପର୍କରେ କଙ୍କଡାହାଡ଼ ବିଡିଓ କହିଛନ୍ତି ଯେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମାନ ମନାନ୍ତର ଯୋଗୁଁ ଏପରି ହୋଇଥିବା ସେ ଜାଣବାକୁ ପାଇଛନ୍ତି। ଶିଶୁଟି ଯେପରି ମାଆଠାରୁ ଅଲଗା ନ ହୁଏ ଓ ତା ସ୍ୱାସ୍ଥ୍ୟ ଯେପରି ଠିକ୍‌ ରହିବ ସେ ନେଇ ବ୍ୟବସ୍ଥା କରାଯିବ।

ଆହୁରି ପଢ଼ନ୍ତୁ

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

You might also like