ଛୁଆକୁ ନିଆଁରେ ପୋଡ଼ି ଦେଲା ମା’
ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ସାଲିଆସାହିରେ ଏକ ୭ ମାସର ଶିଶୁ କନ୍ୟାକୁ ତାର ମା’ ନିଆଁରେ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି।
ଆହୁରି ପଢ଼ନ୍ତୁ
ପିଲାଟିକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।
ଏକ କପଡାରେ କିରୋସିନ ଢାଳି ସେଥିରେ ନିଆଁ ଲଗାଇ ଶିଶୁ କନ୍ୟାକୁ ପୋଡିଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମା’ ମାନସିକ ବିକୃତି ଥିବା କୁହାଯାଉଛି।