ବଞ୍ଚିଗଲା ମାଆ, ଚାଲିଗଲା ପୁଅ

ଯାଜପୁର: ବୈତରଣୀରେ ଭାସି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।  ଯାଜପୁର ଜିଲ୍ଲା କୋରେଇ ବ୍ଲକ ଦୁଲାଖାପାଟଣା ନିକଟ ବନ୍ଦାଳ ଗାଁରେ ଏହି ଅଘଟଣ ଘଟିଛି।

ମୃତ ନାବାଳକର ବୟସ ୧୪ ବର୍ଷ ହେବ। ତେବେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ତାଙ୍କ ମାଆ। ଆଜି ସକାଳେ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ନାବାଳକ ଜଣକର ଗୋଡ଼ ଖସି ଯିବା ଫଳରେ ସେ ଭାସି ଯାଇଥିଲେ। ଫଳରେ ପୁଅକୁ ବଞ୍ଚାଇବାକୁ ଯାଇ ମାଆ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ।

କିଛି ସମୟ ପରେ ଉଭୟଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକ। ହେଲେ ପୁଅର ଅବସ୍ଥା ଗୁରୁତର ଥିବାରୁ ତାକୁ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

You might also like