ସିଜେଏମ୍‌ କୋର୍ଟରେ ହାଜର ହେଲେ ମୋଷ୍ଟ ୱାଣ୍ଟେଡ ଅଲିକ ଚକ୍ରବର୍ତ୍ତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଥିବା ପଶ୍ଚିମବଙ୍ଗର ମୋଷ୍ଟ ୱାଣ୍ଟେଡ ଅଲିକ ଚକ୍ରବର୍ତ୍ତୀଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ପୋଲିସ। ଏଥିପାଇଁ ଆଜି ପୋଲିସ ପକ୍ଷରୁ ତାଙ୍କୁ ଭୁବନେଶ୍ୱର CJM କୋର୍ଟରେ ହାଜର କରାଯାଇଛିା ଏଥିସହିତ ଅଲିକଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ମଧ୍ୟ ଆବେଦନ କରିଛି ପଶ୍ଚିମବଙ୍ଗ ପୋଲିସ।  ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥିବା ବେଳେ ଗତକାଲି ପୋଲିସ ଗିରଫ ଅଲିଙ୍କୁ କରିଥିଲା ।

ଅଲିକ୍ ଚକ୍ରବର୍ତ୍ତୀ ହେଉଛନ୍ତି ସିପିଆଇଏମ୍ଏଲ୍ ରେଡ୍ ଷ୍ଟାର ପଲିଟି ବ୍ୟୁରୋ ସଦସ୍ୟ। ପେଟ ଜନିତ ସମସ୍ୟା ନେଇ ସେ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ସେ ଓପିଡିରେ ଥିବା ସମୟରେ ସିସିଟିଭିର ନଜରକୁ ଆସିଯାଇଥିଲେ। ପୂର୍ବରୁ ଅଲିକ୍‌ର ସୂଚନା ପାଇ ମେଡିକାଲ ପରିସରରେ ଜଗି ରହିଥିଲେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପୋଲିସର ସ୍ୱତନ୍ତ୍ର ଟିମ୍। ମେଡିକାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଭାନ୍‌ଗର ଆନ୍ଦୋଳନର ମୁଖ୍ୟ ହେଉଛନ୍ତି ଅଲିକ। ତାଙ୍କ ନାଁରେ ପଶ୍ଚିମବଙ୍ଗର ବିଭିନ୍ନ ଥାନାରେ ରହିଛି ୭୦ଟି ମାମଲା।

 

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like