ଗ୍ରୀଷ୍ମ ପ୍ରବାହକୁ ନେଇ ସରକାରଙ୍କ ପଦକ୍ଷେପ : ଏପ୍ରିଲ୨ରୁ ରାଜ୍ୟର ସବୁ ସ୍କୁଲ ହେବ ସକାଳୁଆ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୨ରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହେବ। ସକାଳ ସାଢେ ୬ଟାରୁ ସାଢେ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିବନି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି।

ଏଥିସହ ମାର୍ଚ୍ଚ ୩୧ ସୁଦ୍ଧା ସବୁ ପରୀକ୍ଷା ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମେ ୪ ତାରିଖରୁ ଖରାଛୁଟି ଆରମ୍ଭ ହେବ।

You might also like