ଭାସିଗଲେ କୃଷ୍ଣସାର ମୃଗ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଖରଖରି ନଦୀରେ କୃଷ୍ଣସାର ମୃଗ ଭାସି ଯାଉଥିବା ଦେଖିବାକୁ ମିଳିଛି। ନଦୀ ପାଣିରେ ୧୦ରୁ ଅଧିକ ମୃଗ ଭାସୁଥିବାର ଦୃଶ୍ୟ କ୍ୟାମେରାର କଏଦ ହୋଇଛି।
ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିର ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନ ଥିବାବେଳେ ଆସିକା ଅଞ୍ଚଳରୁ ନଦୀ ପାଣିରେ କୃଷ୍ଣସାର ମୃଗ ଭାସି ଆସିଥିବା ଅନୁମାନ କରାଯାଉଛି।
ହଠାତ ନଦୀରେ ପାଣି ଆସିବାରୁ କୃଷ୍ଣସାର ମୃଗ ଗୁଡିକ ଭାସି ଯାଇଥିବା ଜଣାପଡିଛି।
ଛତ୍ରପୁର: ଋଷିକୁଲ୍ୟା ନଦୀରେ ଭାସିଗଲେ ୧୦ରୁ ଅଧିକ କୃଷ୍ଣସାର ମୃଗ; ହଠାତ୍ ପାଣି ମାଡ଼ି ଆସିବାରୁ ବିଲରେ ଥିବା ମୃଗ ଭାସିଗଲେ #Odisha pic.twitter.com/qplY78oONw
— ଓଟିଭି (@otvkhabar) 23 July 2018