୨୯ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: କୃଷକଙ୍କ ପାଇଁ ଖୁସି ଖବର I ଠିକ ସମୟରେ ଏଥର ପହଞ୍ଚିବ ମୌସୁମୀ ବାୟୁ I ଅାସନ୍ତା ୨୯ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ I ଏଥିରେ ୩ କିମ୍ବା ୪ ଦିନ ଏପଟ ସେପଟ ହୋଇପାରେI ତେବେ କେରଳ ଛୁଇଁବାର ୧୦ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି I ଗତ ୨୦୧୬ରେ ଜୁନ୍ ୮ରେ ଏବଂ ୨୦୧୭ରେ ମେ ୩୦ ତାରିଖରେ କେରଳ ଛୁଇଁଥିଲା ମୌସୁମୀ I

ଆହୁରି ପଢ଼ନ୍ତୁ

You might also like