ରାଜ୍ୟର ଅଧିକାଂଶ ସ୍ଥାନରେ ଲାଗି ରହିଛି ମୌସୁମୀ ବର୍ଷା

ଭୁବନେଶ୍ୱର : ରାଜ୍ୟବ୍ୟାପୀ ମୌସୁମୀ ବର୍ଷାର ପ୍ରଭାବ। ଟ୍ୱିନ୍ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୨୯ତାରିଖଠାରୁ ଜୁଲାଇ ୫ ପର୍ଯ୍ୟନ୍ତ କମ୍ ବର୍ଷା ହେବ।

ଦୁର୍ବଳ ମୌସୁମୀ ଯୋଗୁ କମ୍ ବର୍ଷା ହେବ ବୋଲି ସୂଚନା ମିଳିଛି। ଏପଟେ ବର୍ଷା ଯୋଗୁ ଗତକାଲି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରର ଉତ୍ତର ଦ୍ୱାର ପାର୍ଶ୍ୱରେ ପାଣି ଜମି ରହିଥିବାରୁ ପର୍ଯ୍ୟଟକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଣ୍ଠୁଏ ପାଣିରେ ପଶି ବୁଲୁଥିଲେ ପର୍ଯ୍ୟଟକ। ଏଏସଆଇ କର୍ମଚାରୀ ପମ୍ପ ଦ୍ୱାରା ବର୍ଷାଜଳ ନିଷ୍କାସନ କରିଥିଲେ।

You might also like