ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ସକ୍ରିୟ ହେଉଛି ମୌସୁମୀ। ତେବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ସାରା ରାଜ୍ୟକୁ ଛୁଇଁବା ପାଇଁ ଆହୁରି ୪୮ ଘଣ୍ଟା ଲାଗିବ।

ସେପଟେ ଉପକୂଳରେ ମୌସୁମୀ ପ୍ରଭାବରେ ଆାଜି କିଛି ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଟି ଜିଲ୍ଲା ହେଉଛି- କେଉଁଝର, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼, ଅନୁଗୁଳ, ଯାଜପୁର ଓ କେନ୍ଦ୍ରାପଡ଼ା।

କିନ୍ତୁ ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡିଶାକୁ ମୌସୁମୀ ଛୁଇଁନି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଗତକାଲି ଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

 

You might also like