ପୁଣି ଉଭାନ୍ ହେଲା ମୌସୁମୀ!
ଭୁବନେଶ୍ୱର: ପୁଣି ବଢିବ ତାତି। ତା’ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। କାହିଁକି ନା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇପଡିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ।
ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦି ଲଘୁଚାପ ସୃଷ୍ଟି ହୁଏ, ତେବେ ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି।
ସୂଚନାଥାଉ କି, ଜୁନ୍ ମାସରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ ବର୍ଷା କମ୍ ହୋଇଛି।