ଦିନେ ଦୁଇ ଦିନ ମଧ୍ୟରେ ମୌସୁମୀ ବାୟୁ ହେବ ସକ୍ରିୟ : ପାଣିପାଗ ବିଭାଗ

ଭୁବନେଶ୍ୱର : ଦିନେ ଦୁଇ ଦିନ ମଧ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଓ ବିହାରରୁ ଝାଡ଼ଖଣ୍ଡ ଦେଇ ଯାଇଥିବା ଟ୍ରପଲାଇନ୍ ପ୍ରଭାବରେ ମୌସୁମୀ ସକ୍ରିୟ ହେବ ବୋଲି କହିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି।

ମୌସୁମୀ ସକ୍ରିୟ ହେବା ପରେ ଦୁଇ ତିନି ଦିନ ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବ ଓ ୨୫ରୁ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ କହିଛି। ଜୁନ୍‌ରେ ଆଜି ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୩୫% କମ୍ ବର୍ଷା ହୋଇଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

You might also like