ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଛଡ଼ାଇ ନେଲା ମାଙ୍କଡ଼

ଆଗ୍ରା: ଏଠାରେ ଆଜି ଏମିତି ଏକ ଘଟଣା ଘଟିଛି ଯାହା ସହଜରେ ବିଶ୍ୱାସ ହେବ ନାହିଁ। କିନ୍ତୁ ଘଟଣାଟି ସତ। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ବ୍ୟବସାୟୀଙ୍କଠାରୁ ମାଙ୍କଡ଼ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଛି। ଏହି ଘଟଣା ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖବର ମୁତାବକ, ବିଜୟ ବଂଶଲ ନାମକ ଗହଣା ବ୍ୟବସାୟୀ ଆଜି ପ୍ରାୟ ଦିନ ସାଢ଼େ ୧୦ଟା ବେଳେ ତାଙ୍କ ଝିଅ ନାନ୍ସି ସହ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ। ତାଙ୍କ ଝିଅ ଦୁଇ ଲକ୍ଷ ଟଙ୍କା ଥିବା ପଲିଥିନ୍ ବ୍ୟାଗଟି ଧରିଥିଲେ। ବ୍ୟାଙ୍କ ପାଖରେ ପହଞ୍ଚିବା ବେଳକୁ ସେଠାରେ ଦଳେ ମାଙ୍କଡ଼ ବସିଥିଲେ। ହଠାତ୍ ଏକ ମାଙ୍କଡ଼ ତାଙ୍କ ଝିଅ ଉପରକୁ କୁଦି ପଡ଼ି ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲା।

monkye thiefଟଙ୍କା ବ୍ୟାଗ୍ ରକ୍ଷା କରିବା ପାଇଁ ମାଙ୍କଡ଼ ସହ କିଛି ସେକେଣ୍ଡ କସରତ କରିଥିଲେ ବଂଶଲ, ହେଲେ ପାରି ନ ଥିଲେ। ମାଙ୍କଡ଼ଟି ବ୍ୟାଗ୍ ଧରି ଚଟ୍‌କିନା ବିଲ୍‌ଡିଂ ଉପରକୁ ଚଢ଼ି ପଳାଇଥିଲା। ବ୍ୟାଙ୍କର ସୁରକ୍ଷାକର୍ମୀମାନେ ଟଙ୍କା ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। କିଛି ସମୟ ପରେ ମାଙ୍କଡ଼ଟି ପଲିଥିନ୍ ବ୍ୟାଗ୍‌ଟିକୁ ଚିରି ଦେବା ପରେ ୬୦ ହଜାର ଟଙ୍କା ଏଣେ ତେଣେ ବିଛାଡ଼ି ହୋଇପଡ଼ିଥିଲା। ସେତକ ଯାହା ଉଦ୍ଧାର ହୋଇପାରିଥିଲା। ବାକି ଲକ୍ଷେ ୪୦ ହଜାର ଟଙ୍କା ଧରି ମାଙ୍କଡ଼ ଛୁ ମାରିଥିଲା।

ଏହି ଘଟଣା ପରେ ବଂଶଲ ପୋଲିସରେ ଖବର ଦେଇଥିଲେ। ହେଲେ ପୋଲିସ ମାଙ୍କଡ଼ ବିରୋଧରେ କ’ଣ ବା ପଦକ୍ଷେପ ନେବ। ଏହି ଘଟଣାରେ ପୋଲିସ୍ କିଛି ଲୋକଙ୍କୁ ପଚରା ଉଚରା କରି ଫେରିଯାଇଛି। ତାଙ୍କର କଷ୍ଟ ଅର୍ଜିତ ସମ୍ପତ୍ତି ମାଙ୍କଡ଼ ହାତରେ ଗଲା ବୋଲି ଦୁଃଖର ସହ କହିଛନ୍ତି ବଂଶଲ।

ସୂଚନାଯୋଗ୍ୟ, ଆଗ୍ରାରେ ଏବେ ମାଙ୍କଡ଼ଙ୍କ ଉପଦ୍ରବ ବଢ଼ିଯାଇଛି। କିଛି ଦିନ ତଳେ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ମାଙ୍କଡ଼ ଆକ୍ରମଣ କରିଥିଲା।

 

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like