ମୋମୋ ଅାଣିଲା ମୃତ୍ୟୁ!

ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ସନ୍ଦେହ

କଟକ  : ମୋମୋ ଅାଣିଲା ମୃତ୍ୟୁ। ମୋବାଇଲରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍‌ ଉମର ଗାଁରୁ ଅାସିଛି ଏହି ଅଭିଯୋଗ । ମୃତ ଯୁବକ ହେଉଛନ୍ତି ଉମାକାନ୍ତ ବେହେରା ।

ଯୁବକ ଜଣଙ୍କ ୨ ମାସ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଅାଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରେ ଦେଖିବାକୁ ମିଳିଥିଲା । ତାଙ୍କ ମୋବାଇଲରେ ମୋମୋ ଗେମ୍ ଡାଉନଲୋଡ ହୋଇଥିବା ଜଣାପଡିଛି । ଏହା ଦେଖିବା ପରେ ଉକାକାନ୍ତ ମୋମୋ ଗେମ୍ ପାଇଁ ଅାତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି।

ଉମାକାନ୍ତଙ୍କ ପରିବାର ଲୋକ ଏନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଏତଲା ମଧ୍ୟ ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ସେ ଅାତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟହୋଇନାହିଁ। ପୁଲିସ ତଦନ୍ତ ଅାରମ୍ଭ କରିଛି।

ଏହାସହ ମଧ୍ୟ ପଢନ୍ତୁ :  ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚାଲେଞ୍ଜ

You might also like