ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ସମୁଦାୟ ୨୩ ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ମହେନ୍ଦ୍ର କୁମାର ମଲ୍ଲିକ ଉତ୍ତରାଞ୍ଚଳ RDC ହୋଇଛନ୍ତି। ତାଙ୍କୁ କେନ୍ଦ୍ରାଞ୍ଚଳ RDCର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ଏସ୍.ଏନ୍ ଗିରିଶଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ MD ଦାୟିତ୍ୱ, ରାଜେଶ ପ୍ରଭାକର ପାଟିଲଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ, ନୀତିନ୍ ଭାନୁଦାଶ ଜାଓ୍ୱଲେଙ୍କୁ ଶିଳ୍ପ ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି। ଏଥିସହ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି।

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଜ୍ୟୋତି ପ୍ରକାଶ ଦାସ ହୋଇଛନ୍ତି ପୁରୀ ଜିଲ୍ଲାପାଳ। କେନ୍ଦ୍ରାପଡ଼ାରେ ଦାଶରଥି ଶତପଥୀ, ସୁବର୍ଣ୍ଣପୁରରେ ମଧୁସୂଦନ ମିଶ୍ର, ଦେବଗଡ଼ରେ ସୁଧାଶୁଂ ମୋହନ ସାମଲ, ଗଞ୍ଜାମରେ କୁଳଙ୍ଗ ବିଜୟ ଅମୃତ, କଳାହାଣ୍ଡିରେ ଗାଭାଲି ପରାଗ ହର୍ସଦ ଓ ବୌଦ୍ଧରେ ସୀତାଶୁଂ ରାଉତ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଥିବା ପ୍ରେମ୍ ଚନ୍ଦ୍ର ଚୌଧୁରୀଙ୍କୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି। ଅଞ୍ଜନ କୁମାର ମାଣିକ ଶ୍ରମ କମିଶନର ଓ ଅମରେନ୍ଦ୍ର ପଟ୍ଟନାୟକ ବୟନିକା ଏମ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି। ଡିଭି ସ୍ୱାମୀଙ୍କୁ ଓଡ଼ିଶା ସ୍କିଲ୍ ଡେଭ୍ଲପମେଣ୍ଟ ଅଥରିଟିର CEO ଦାୟିତ୍ୱ ପ୍ରଦାନ କରାଯାଇଛି।

You might also like