ଜୁଲାଇ ୪ରେ ମୋହନା ବନ୍ଦ
ମୋହନା: ବିଭିନ୍ନ ଦାବିରେ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୪ ତାରିଖରେ ବନ୍ଦ ଡାକରା ଦିଆଯାଇଛି। ମୋହନାରେ ବସ୍ଷ୍ଟାଣ୍ଡ, ଶୌଚାଳୟ, ଯାତ୍ରୀ ବିଶ୍ରାମଗାର ସହ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏମିତିକି ରାସ୍ତା ପାର୍ଶ୍ୱରେ ପାର୍କିଂ ହେଉଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ହେଉଥିବା ପରିଷଦ ଅଭିଯୋଗ କରିଛି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ପରେ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ପରିଷଦ କହିଛି।
ସେପଟେ ମୋହନାର ଉନ୍ନତି ସହ ଶୌଚାଳୟ ଓ ଷ୍ଟ୍ରିଟ୍ ଲାଇଟ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।