ସ୍ୱାଧୀନତା ଦିବସରେ କେନ୍ଦ୍ର-ରାଜ୍ୟ ଯୋଜନା ଟକ୍କର

ଭୁବନେଶ୍ୱର : ଅାୟୁଷ୍ମାନ ଭାରତ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ନିର୍ବାଚନୀ ବର୍ଷରେ ଲୋକଙ୍କ ମନ ଜିତିବା ପାଇଁ  ଯୋଜନା ଯୋଜନା ମଧ୍ୟରେ ଟକ୍କର। କେନ୍ଦ୍ର ସରକାରଙ୍କ ଅାୟୁଷ୍ମାନ ଭାରତ ଯୋଜନାକୁ ନା କହି  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ କରିଛନ୍ତି ରାଜ୍ୟ ସରକାର।

ସ୍ୱାଧିନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଯୋଜନାର ଘୋଷଣା କରିବା ସହ କ୍ୟାପିଟାଲ ହସ୍‌ପିଟାଲରେ ଏହାର ହେଲ୍‌ପଡେସ୍କ ଓ ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୭୦ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହା ଅନ୍ତର୍ଗତ ପ୍ରତି ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ  ସହାୟତା ପାଇବେ। ତେବେ ହିତାଧିକାରୀ ପରିବାରର ମହିଳାମାନେ ଅଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତା ପାଇପାରିବେ ।

ଏପଟେ  ଅାୟୁଷ୍ମାନ ଭାରତ ଯୋଜନାରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୨୫ରେ ଯୋଜନାର ଶୁଭାରମ୍ଭ ହେବାକୁ ଥିବା ବେଳେ ଦେଶର ୫୦ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ।

ଏପଟେ ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନା ସଂପର୍କରେ ଜଣାଇବା ଲାଗି ୭୦ ଲକ୍ଷ ପରିବାରଙ୍କୁ ଚିଠି ଲେଖିଛନ୍ତି ନବୀନ। ତେବେ  ଏହି ଯୋଜନାକୁ ବିରୋଧୀ କଂଗ୍ରେସ ଓ ବିଜେପି ଜୋରଦାର ସମାଲୋଚନା କରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଢେ ୪ କୋଟି ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଅାରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଅାଯିବ। ତେବେ ଏଥିପାଇଁ ଟଙ୍କା କେଉଁଠୁ ଅାସିବ ଓ ଯୋଜନା ଦ୍ୱାରା ଲୋକେ ବାସ୍ତବରେ ଉପକୃତ ହେବେ ନା ନିର୍ବାଚନ ପରେ ଏହା ଅନ୍ୟ ଯୋଜନାର ଦଶା ଭୋଗିବ ,ତାହା ଦେଖିବା କଥା।

You might also like