ସି ଜିନ୍‌ ପିଙ୍ଗ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଶୁକ୍ରବାର ଅନୌପଚାରିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ହୁବେଇ ସ୍ଥିତ ମ୍ୟୁଜିୟମରେ ଉଭୟ ନେତାଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ମଧ୍ୟରେ ଇଷ୍ଟଲେକ ଗେଷ୍ଟ ହାଉସରେ ଆଲୋଚନା ହୋଇଛି।

ଏଥିରେ ଦୁଇଦେଶର ୬ଜଣ ଲେଖାଏଁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବୈଠକରେ କେଉଁସବୁ ପ୍ରସଙ୍ଗ ଆଲୋଚନା ହେବ ସେ ନେଇ ଏଜେଣ୍ଡା ପ୍ରସ୍ତୁତ ହୋଇ ନ ଥିଲେ ମଧ୍ୟ ଡୋକ୍‌ଲାମ୍‌ ବିବାଦ ଉପରେ ଚର୍ଚ୍ଚା ହେବା ସମ୍ଭାବନା ରହିଛି। ଏଥିସହ ଆଣବିକ ନିରସ୍ତ୍ରୀକରଣ ଉପରେ ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହୋଇପାରେ। ମୋଦିଙ୍କ ଏହି ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ସମ୍ବାଦିକ ସମ୍ମିଳନୀ ହେବ ନାହିଁ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି।

 

You might also like