ଚାର୍ଜ ବସାଇବା ବେଳେ ମୋବାଇଲ ବିସ୍ଫୋରଣ

ନୂଆପଡ଼ା: କୋମନା ଥାନା କାଲିମାଟି ଗାଁରେ ଅଭାବନୀୟ ଘଟଣା। ମୋବାଇଲ ଚାର୍ଜ ବସାଇବା ବେଳେ ବିସ୍ଫୋରଣ ଘଟିଛି। ମୋବାଇଲ ଫୋନ୍‌ ଫାଟି ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମୋବାଇଲ ଫୋନ୍‌ ଫାଟିବା ଦ୍ୱାରା ସଂପୃକ୍ତ ଛାତ୍ରଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଏହା ସହ ହାତରେ ମଧ୍ୟ ଆଘାତ ଲାଗିଛି।

ସେହିପରି ଗଞ୍ଜାମ ଜିଲ୍ଲାର ଲୁଙ୍ଗୁରି ଗାଁରେ ମୋବାଇଲ ଧରି ଖେଳୁଥିବା ବେଳେ ମୋବାଇଲ ଫାଟି ୪ଜଣ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଖବରକୁ ନେଇ ଚାରିଆଡେ ଚର୍ଚ୍ଚା ଏବଂ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

 

You might also like