କାନ୍ଦି ପକାଇଲେ ବିଧାୟକ ପ୍ରଭାତ ବିଶ୍ୱାଳ

କଟକ: ଦିନ ଥିଲା ତାଙ୍କୁ ଦେଖା କରିବା ପାଇଁ ଲୋକଙ୍କ ସୁଅ ଛୁଟୁଥିଲା। ଆଉ ସେ ତତ୍‌କ୍ଷଣାତ୍‌ ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ। ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ଏମିତି ପରିସ୍ଥିତି ଘଟିଛି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ। ଏବେ ଚିକିତ୍ସାଧୀନ ଥିବା ପ୍ରଭାତ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି ପକାଇଥିଲେ।

ଚିକିତ୍ସା ପାଇଁ ଏସ୍‌ସିବି ଆସିଥିବାବେଳେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ ପ୍ରଭାତ ବିଶ୍ୱାଳ। ସେ ଭାବପ୍ରବଣ ହୋଇ କାନ୍ଦି କାନ୍ଦି କହିଥିଲେ ‘ମତେ ବହୁତ ନିସ୍ତେଜ ଲାଗୁଛି, ଦେହରେ ନିଶା ପ୍ରଭାବ ରହୁଛି। ମୋତେ ମିଛ କହିଆସେନି’। ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ପ୍ରଭାତ ସିଟି ସ୍କାନ ପାଇଁ ଆସିଥିଲେ।

ଅନ୍ୟପକ୍ଷରେ ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ଭାଇ ଆର୍ତ୍ତତ୍ରାଣ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- ‘ପେଟରେ ଅପରେସନ ହୋଇଥିଲା, ଘା ଶୁଖୁନି, ସିଟି ସ୍କାନ କରାଇଲୁ। ସ୍ୱାସ୍ଥ୍ୟାବସ୍ଥା ଦୁର୍ବଳ ରହିଛି, ମାନସିକ ଭାବେ ସେ ଭାଙ୍ଗି ପଡ଼ିଛନ୍ତି’।

ଚିଟ୍‌ଫଣ୍ଡ କମ୍ପାନୀ ସି ସୋର ଲିଙ୍କରେ ଗିରଫ ହୋଇଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ।

ଆହୁରି ପଢ଼ନ୍ତୁ

You might also like