ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ

କୋରାପୁଟ: ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମାବଲମ୍ବୀ ହେବା ପାଇଁ ସେ ସତ୍ୟପାଠ ମାଧ୍ୟମରେ ଦର୍ଶାଇଛନ୍ତି। ସେ ବୁଦ୍ଧଙ୍କର ଜଣେ ଶ୍ରଦ୍ଧାଳୁ। ତେଣୁ ନିଜ ଇଚ୍ଛାରେ ସେ ବୌଦ୍ଧ ଧର୍ମକୁ ଆପଣାଇବେ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

ଆସନ୍ତାକାଲି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ବୁର୍ଜାରେ ଆୟୋଜିତ ହେବ ଧର୍ମକ୍ରାନ୍ତି ସମାରୋହ। ଏହି ଦୁଇଦିନିଆ ସମାରୋହରେ ବିଧାୟକ ଶଗରିଆ ବୌଦ୍ଧ ଧର୍ମ ଗ୍ରହଣ କରିବେ।

You might also like