ନିଖୋଜ ଯୁବକଙ୍କ ଗଳିତ ଶବ ପୋଲ ତଳୁ ଉଦ୍ଧାର
ରାଉରକେଲା ନିକଟ ୧୪୩ ନମ୍ବର ଜାତୀୟ ରାଜପଥର କୁଆରମୁଣ୍ଡା ହରିହରପୁର ପୋଲ ତଳୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ଅର୍ଜୁନ ଗୋପ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ହତ୍ୟାକାଣ୍ଡରେ ପିଏଲ୍ଏଫ୍ଆଇର ହାତ ଥିବା ସନ୍ଦେହ କରାଯାଉଛି। ଗତ ୧୩ ତାରିଖରୁ ନିଖୋଜ ଥିଲେ ଅର୍ଜୁନ। ଖୁକୁଣ୍ଡବହଲରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଆଉ ଫେରି ନଥିଲେ ଅର୍ଜୁନ।
ଗତକାଲି ସଂଧ୍ୟାରେ ସ୍ଥାନୀୟ ଲୋକ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ସେପଟେ ଏହି ହତ୍ୟାକାଣ୍ଡରେ ପିଏଲଏଫଆଇର ସଂପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି।