ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ କାହିଁକି ବିଦା ହେଲେ ପ୍ରଦୀପ ଜେନା ?

ଭୁବନେଶ୍ୱର : ବଢୁଛି ବିବାଦ, ଉଠୁଛି ପଡୁଛି ସାରା ରାଜ୍ୟ। ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଅକଳରେ ରାଜ୍ୟ ସରକାର। ଏଭଳି ବିବାଦୀୟ ସ୍ଥିତିରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ହଟାଯିବା ପଛରେ କଣ ରହିଛି କାରଣ ତାକୁ ନେଇ ଜୋରଦାର ଚର୍ଚ୍ଚା। ଡ୍ୟାମେଜ୍ କଣ୍ଟ୍ରୋଲ ନା ପ୍ରଶାସନିକ ଅବହେଳାରୁ କାର୍ଯ୍ୟାନୁଷ୍ଠାନ, ତାକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା। ତେବେ ଚାବି ହଜିବା ଘଟଣା ପ୍ରଦୀପଙ୍କୁ ପରିବର୍ତ୍ତନ ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। ରତ୍ନଭଣ୍ଡାର ଚାବି ହଜିଥିବା ଜାଣି ସୁଦ୍ଧା ରତ୍ନଭଣ୍ଡାରର ଯାଞ୍ଚ ଲାଗି ନିଷ୍ପତ୍ତି ନେବା ତାଙ୍କୁ ମହଙ୍ଗା ପଡିଲା କି ? ଚାବି ହଜିଥିବା ନେଇ ଏପ୍ରିଲ ୪ ପରିଚାଳନା କମିଟି ବୈଠକରେ ସ୍ପଷ୍ଟ ହୋଇଥିଲା। ତେବେ ଦୁଇ ମାସ ଧରି  ମୁଖ୍ୟ ପ୍ରଶାସକ ଚୁପ୍ ବସିବା ଆଉ ଏକ କାରଣ ହୋଇପାରେ।

ମୋଟାମୋଟି କହିବାକୁ ଗଲେ ମିସ୍ ମ୍ୟାନଜମେଣ୍ଟ ଓ ଘଟଣାକୁ ନେଇ ସରକାର ନିନ୍ଦିତ ହେବା ଯୋଗୁଁ ତାଙ୍କୁ ତାର ମୂଲ୍ୟ ଦେବାକୁ ପଡ଼ିଥିବା କୁହାଯାଉଛି। ଏଣେ ମୁଖ୍ୟ ପ୍ରଶାସକଙ୍କୁ ହଟାଯିବା  ପରେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଏ ଭିତରରେ ନୂଆ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପୂର୍ବରୁ ଏହି ଦାୟିତ୍ୱରେ ଥିଲେ ବି ପରିବର୍ତ୍ତିତ ପରିସ୍ଥିତିରେ ତାଙ୍କୁ ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ପ୍ରଥମ ଚ୍ୟାଲେଜ୍ ଚାବି ହଜିଥିବା ବିବାଦର ସମାଧାନ। ଭକ୍ତଙ୍କ ଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ମଧ୍ୟ ତାଙ୍କ ପାଇଁ ଆହ୍ୱାନ ହେବ।

ଶ୍ରୀମନ୍ଦିର ପରିଚାଳନାକୁ ନେଇ ତୁଟୁନି ବିବାଦ। ଏଭଳି ସ୍ଥିତିରେ ବାରମ୍ବାର କେବଳ ମୁଖ୍ୟ ପ୍ରଶାସକ ବଦଳାଇଦେବା କେତେଦୂର ଶ୍ରୀମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିପାରୁଛି, ତା ଉପରେ ନଜର ।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like