ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷିଲା ବିଜେପି

କଟକ/ଭୁବନେଶ୍ୱର : ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେପି। ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ସମାଲୋଚନା କରିଛନ୍ତି ଯେ, ଶ୍ରୀମନ୍ଦିର ନିୟମାନୁସାରେ ଅଳଙ୍କାର ରତ୍ନ ଭଣ୍ଡାରରେ ରହିବା କଥା , କିନ୍ତୁ ଦୁଇ ଦିନ ତଳେ ଦାନ ଅଳଙ୍କାରକୁ ପ୍ରଶାସନ ଷ୍ଟେଟ୍ ବ୍ୟାଙ୍କ ଲକରରେ ରଖି ରତ୍ନ ଭଣ୍ଡାର ସୁରକ୍ଷିତ ନୁହେଁ ବୋଲି ସରକାର ସ୍ୱୀକାର କରିଛନ୍ତି।

ରତ୍ନ ଭଣ୍ଡାର ବାହାରେ ଅଳଙ୍କାର ରଖିବା ସଂପୂର୍ଣ୍ଣ ବେଆଇନ। ତେଣୁ କେଉଁ ଆଇନ ବଳରେ ଅଳଙ୍କାରକୁ ରତ୍ନଭଣ୍ଡାରରେ ନରଖି ଷ୍ଟେଟ୍ ବ୍ୟାଙ୍କ ଲକରରେ ରଖାଗଲା, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ପିତାମ୍ବର। ଚାବି ହଜିବା ଘଟଣା ନେଇ ଏଯାଏଁ ମୁଖ୍ୟମନ୍ତ୍ରୀ ପଦଟିଏ ବି କହିନାହାନ୍ତି। ପ୍ରକୃତରେ ଚାବି ହଜିଛି ନା ହଜାଇ ଦିଆଯାଇଛି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

ସେପଟେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦରେ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରୁଛି ବିଜେପି। ଆଜି ସବୁ ଜିଲ୍ଲା ଓ ଉପଖଣ୍ଡରେ ଜନ ଜାଗରଣ ନାଁରେ ବିକ୍ଷୋଭ କରୁଛି ଦଳ। କେନ୍ଦ୍ରାପଡାରେ ୬ ଘଣ୍ଟିଆ ବିକ୍ଷୋଭ କରାଯାଇଛି। ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର ଦୁହୁରିଆ ଠାରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

କେନ୍ଦ୍ରାପଡା ସହରର ମୁଖ୍ୟ ଛକ ତିନିମୁହାଣି, ସାନ୍ତ ସାହି, ଗୋପ ଛକଠାରେ ବିଜେପି କର୍ମୀ ରାସ୍ତା ଉପରେ ବସି ବସ୍ ଚଳାଚଳ ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି। ସେହିପରି ବାଲେଶ୍ୱରରେ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ବିକ୍ଷୋଭ କରିଛି। ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ। ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସମୁହ ଦୀପଦାନ କରାଯିବ ବୋଲି ଦଳ ପକ୍ଷରୁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଛି।

ଆହୁରି ପଢ଼ନ୍ତୁ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

You might also like