ଅଖା ଭିତରୁ ଉଦ୍ଧାର ହେଲେ ନିଖୋଜ ନାବାଳିକା

ଭଦ୍ରକ: ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଥାନା ଗୁଆମାଳ ପଞ୍ଚାୟତ ଗଣ୍ଡପଡା ଗାଁରେ।

ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଗତକାଲି ରାତି ପ୍ରାୟ ୮ଟାରେ ଛାତ୍ରୀ ଜଣଙ୍କୁ କେହି ଏକ ଅଖା ଭିତରେ ବାନ୍ଧି ପକାଇ ଦେଇ ଚାଲିଯାଇଥିବା ବେଳେ ପରିବାର ଲୋକେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ନେଇ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଛାତ୍ରୀଙ୍କ ପରିବାର ଲୋକେ ପଚାରିବାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି।

You might also like