କୂଅରୁ ମିଳିଲା ନିଖୋଜ ବାଳକର ମୃତଦେହ
ନୟାଗଡ: ନୟାଗଡ଼ ଗାୟତ୍ରୀ କଲୋନୀରେ ଏକ କୂଅରୁ ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ବାଳକର ନାଁ ଆଶୁତୋଷ ସ୍ୱାଇଁ। ଗତ ତିନି ଦିନ ହେବ ଆଶୁତୋଷ ନିଖୋଜ ଥିଲେ।
ଆହୁରି ପଢ଼ନ୍ତୁ
ଆଶୁତୋଷଙ୍କ ମାଆଙ୍କ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ବାହାରେ ଚାକିରି କରୁଛନ୍ତି। ସେ ତାଙ୍କ ଜେଜେ ମାଆ ଓ ଜେଜେ ବାପାଙ୍କ ପାଖରେ ରଖୁଥିଲେ। କେହି ଦୁର୍ବୃତ୍ତ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।