କିସ୍‌ରେ ମାଲକାନଗିରି ପୋଲିସର ତଦନ୍ତ

ଭୁବନେଶ୍ୱର  : ଭୁବନେଶ୍ୱର କିସ୍ ସ୍କୁଲରୁ ନବମ ଶ୍ରେଣୀ ବଣ୍ଡା ଛାତ୍ର ନିଖୋଜ ଘଟଣାର ଖୋଳତାଡ଼। କିସ୍‌କୁ ଆସି ତଦନ୍ତ କରିଛି ମାଲକାନଗିରିର ମୁଦୁଲିପଡ଼ା ପୋଲିସ। ମୁଦୁଲିପଡ଼ା ଥାନା IICଙ୍କ ସହ ୨ଜଣ ପୋଲିସ ଅଧିକାରୀ ଆସି ନିଖୋଜ ରାମଚନ୍ଦ୍ର ମାନ୍ଦ୍ରା କେବେ ଆଡମିଶନ ନେଇଥିଲେ, କେବେ ଘରକୁ ଯାଇଥିଲେ ସେ ନେଇ ପଚରା ଉଚରା କରିଛି।

କିସ୍‌କୁ ପଢିବାକୁ ଆସି ୨୦୧୫ ମସିହାରେ ନିଖୋଜ ହୋଇ ଯାଇଥିଲେ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା। ତାଙ୍କ ନିଖୋଜ ନେଇ ତାଙ୍କ ମାଆ ମୁଦୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତାସହ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀଙ୍କୁ ଭେଟି ବି ଗୁହାରି କରିଥିଲେ। ତେବେ କେଉଁ ସବୁ ତଥ୍ୟ ମୁଦୁଲିପଡ଼ା ପୋଲିସ ସଂଗ୍ରହ କରିଛି। ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିନାହିଁ।

ଅନ୍ୟପଟେ କିସ୍ କର୍ତ୍ତୃପକ୍ଷ ପୂର୍ବରୁ କହିଥିଲେ ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଆଡେ ଚାଲିଯାଇଛନ୍ତି।

ଆହୁରି ପଢ଼ନ୍ତୁ

You might also like